ଟିକା ପାଇଁ ଠେଲାପେଲା
ଟିକା ପାଇଁ ଠେଲାପେଲା
ଆଠଗଡ: ଆଜି ଆଠଗଡ ବ୍ଲକର ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ପାଇଁ ଦଳାଚକଟା ଦେଖିବାକୁ ମିଳିଛି। ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡି। ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତୃପକ୍ଷଙ୍କ ଅବ୍ୟବସ୍ଥା ପାଇଁ ଏଭଳି ଅବସ୍ଥା ଥରେ ନୁହେଁ ବରଂ ବାରମ୍ବାର ଦେଖିବାକୁ ମିଳୁଛି। ସକାଳୁ ସକାଳୁ ଟିକା କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଟିକା ନେବା ପାଇଁ ନିଜ ନିଜ ଭିତରେ ଟେଲା ପେଲା ହୋଇଥିଲେ ଧାଡିରେ ଠିଆ ହୋଇଥିବା ଲୋକେ । କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜଜନା ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରକୁ ପୁଲିସଫୋର୍ସ ମୁତୟନ ଅଛନ୍ତି । ଭୋରୁ ଧାଡି ଲଗାଇ ଠିଆ ହୋଇଥିବା ଲୋକେ ଟିକା ନପାଇ ଶେଷରେ ଘରୁ ଫେରିଛନ୍ତି ।




admin 