ଟ୍ରାଙ୍କୁଲାଇଜ୍‌ ପରେ ବି ଉଠିଲା ହାତୀ, ଘଟିଲା ଏମିତି ଘଟଣା

ଟ୍ରାଙ୍କୁଲାଇଜ୍‌ ପରେ ବି ଉଠିଲା ହାତୀ, ଘଟିଲା ଏମିତି ଘଟଣା

ଟ୍ରାଙ୍କୁଲାଇଜ୍‌ ପରେ ବି ଉଠିଲା ହାତୀ, ଘଟିଲା ଏମିତି ଘଟଣା

ଖୋର୍ଦ୍ଧା:  ଖୋର୍ଦ୍ଧା ବନଖଣ୍ଡ ଓ ଟାଙ୍ଗି ବନଖଣ୍ଡ ଅଞ୍ଚଳରେ ପ୍ରାୟ ୨୮ରୁ ୩୦ ହାତୀ ମାତିଛନ୍ତି। ଧନଜୀବନ ନଷ୍ଟ ହେଉଛି। ଅଞ୍ଚଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ସ୍ଥିତିରେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରି ତାଙ୍କ ଶରୀରରେ  ଜିପିଏସ୍ ସିଷ୍ଟମ ଖଞ୍ଜିବାକୁ ବାଙ୍ଗାଲୋରରୁ ଏକ ଟିମ୍ ଆସି ପହଞ୍ଚିଛନ୍ତି।

 ରବିବାର ରାତିରେ ଖୋର୍ଦ୍ଧାର ଗୟାବନ୍ଧ ଗାଁ ପାଖ ଖେଳପଡ଼ିଆ ପାଖରେ ଏକ ହାତୀ ଥିବା ସୂଚନା ପାଇ ଖୋର୍ଦ୍ଧା ଡିଏଫଓ, ଏଏସଫ, ରେଞ୍ଜର, ବନ କର୍ମଚାରୀଙ୍କ ସମେତ ଟ୍ରାଙ୍କୁଲାଇଜ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ । ବିଶେଷଜ୍ଞ ଟିମ୍ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ।  ହେଲେ ହଠାତ୍ ଅତର୍କିତ ଭାବେ ହାତୀଟି ଉଠି ବସି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା।

ଏହି ଆକ୍ରମଣରେ ଡିଏଫଓ ଓ ଏସିଏଫ ସାମାନ୍ୟ ଆହତ ହୋଇଥିବା ବେଳେ ରେଞ୍ଜରଙ୍କ ସମେତ ଅନ୍ୟ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଟ୍ରାଙ୍କୁଲାଇଜ୍ ଟିମ୍ ଆରମ୍ଭରୁ ଝୁଣ୍ଟୁଥିବାରୁ ସେମାନଙ୍କୁ ଯେଉଁ ଉଦ୍ଦେଶ୍ୟରେ ଏଠାକୁ ଅଣାଯାଇଛି, ତାହା କେତେଦୂର ଫଳପ୍ରଦ ହେବ ତାହାକୁ ନେଇ ଦେଖାଦେଲାଣି ସନ୍ଦେହ ।