ଡଟ୍ ଫେଷ୍ଟ ଶେଷ ରାତିରେ ଝୁମିବ ରାଜଧାନୀ, ଆସିବେ ପ୍ରକ୍ଷାତ ସିଙ୍ଗର ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍‌ ଓ ପୱନ ଦୀପ୍‌

ଭୁବନେଶ୍ୱର: ଶୀତୁଆ ପାଗରେ ହକିର କ୍ରେଜ ସହ ବିଭିନ୍ନ ପ୍ରକାରର ଶୋ’ର ଆନନ୍ଦ ନେଉଛନ୍ତି ରାଜଧାନୀବାସୀ । ସ୍ମାର୍ଟ ସିଟିରେ ଆୟୋଜିତ ଡଟ୍ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ ।ଆଜି ଡଟ୍‌ ଫେଷ୍ଟର ଶେଷ ଦିନରେ ରାଜଧାନୀବାସୀଙ୍କୁ ଝୁମାଇବାକୁ ଆସିବେ ପ୍ରକ୍ଷାତ ସିଙ୍ଗର ସୁଖବିନ୍ଦର ସିଂ, ଅରୁନୀତା କାଞ୍ଜିଲାଲ୍‌ ଓ ପୱନ ଦୀପ୍‌। ଷ୍ଟେଜ ଉପରେ ଜଲୱା ଦେଖାଇବେ ଡିଆଇଡି-୧ର ବିଜେତା ଡ୍ୟାନ୍ସର ସଲ୍‌ମାନ୍‌ ୟୁସୁଫ୍‌ ଖାନ୍‌।

ଗତକାଲି ନବମ ଦିନରେ ବଲିଉଡ୍‌ ଗୀତର ତାଳେ ତାଳେ ରାଜଧାନୀବାସୀଙ୍କ ସହ ଝୁମିଥିଲେ ବିଦେଶୀ ପର୍ଯ୍ୟଟକ । ଲଣ୍ଡନ ଠୁମକ ଦା ଗୀତରୁ ଆରମ୍ଭ କରି ପଞ୍ଜାବୀ ଗୀତରେ ନାଚି ଉଠିଥିଲେ। ଷ୍ଟେଜରେ ଧମାଲ ମଚାଇଥିଲେ କଣ୍ଠଶିଳ୍ପୀ ଶ୍ରୀନିଧିଙ୍କ ସହ ଦୁଇ ଭାଇ ସିଦ୍ଧାର୍ଥ ମହାଦେବନ ଓ ଶିବମ ମହାଦେବନ । ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଜଲୱା ଦେଖାଇଥିଲେ । ଆଉ ଶୀତୁଆ ସନ୍ଧ୍ୟାରେ ଝୁମାଇଥିଲେ ଦର୍ଶକଙ୍କୁ। ଡଟ୍‌ ଫେଷ୍ଟରେ ବହୁ ବିଦେଶୀ ପର୍ଯ୍ୟଟକ ଭରପୁର ମଜା ଉଠାଇଥିଲେ ।