ଡିଆର୍‌ଡିଓ ବୈଜ୍ଞାନିକ ଗିରଫ

ଡିଆର୍‌ଡିଓ ବୈଜ୍ଞାନିକ ଗିରଫ

ଡିଆର୍‌ଡିଓ ବୈଜ୍ଞାନିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ଘଟିଥିବା ବିସ୍ଫୋରଣ ମାମଲାରେ ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କଲିଛି ଦିଲ୍ଲୀ ପୁଲିସ।  ସନ୍ଦେହରେ ପୋଲିସ ନ୍ୟାୟିକ ହେପାଜତରେ ରଖିଥିବା ବୈଜ୍ଞାନିକ ବିସ୍ଫୋରଣ ନେଇ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲ୍ପମେଣ୍ଟ ଅରଗାନାଇଜେସନ ଭରତ ଭୂଷଣ କତାରିଆ ନାମକ ଜଣେ ସିନିୟର ବୈଜ୍ଞାନିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜଣେ ଆଇନଜୀବୀଙ୍କୁ ମାରିବା ଉଦ୍ଦେଶ୍ୟରେ ଟିଫିନ ବୋମା ଖଞ୍ଜିବା ଅଭିଯୋଗରେ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି । ଗତ ୯ ତାରିଖରେ ରୋହିଣୀ ଜିଲ୍ଲା କୋର୍ଟ ପରିସରରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବୈଜ୍ଞାନିକଙ୍କର ଜଣେ ଆଇନଜୀବୀଙ୍କ ସହ ବିବାଦ ଥିଲା । ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଜଣକ ନିଜେ ବିସ୍ଫୋରଣ ପ୍ରସ୍ତୁତ କରି କୋର୍ଟ ରୁମ୍ ନମ୍ବର ୧୦୨ରେ ରଖିଥିଲେ । ଏନେଇ ସମ୍ପୃକ୍ତ ବୈଜ୍ଞାନିକ ନିଜେ ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଦିଲ୍ଲୀ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।