ଡିଜେ ସାଉଣ୍ଡରେ ଶିଶୁ ମୃତ ।
ଡିଜେ ସାଉଣ୍ଡରେ ଶିଶୁ ମୃତ ।
admin
Mar 1, 2020 - 08:02
Updated: Mar 1, 2020 - 08:02
ନରସିଂହପୁର :ଡିଜେର ଉତ୍କଟ ସାଉଣ୍ଡରେ ଗଲା ଶୀଶୁର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି, କଟକ ଜିଲ୍ଲା କାନପୁର ଥାନା ସିଆରିଆ ଗାଁରେ । ସେହି ଗାଁର ନାରାୟଣାଙ୍କ ୪ ବର୍ଷର ଝିଅ ଅନନ୍ୟା ପ୍ରିୟଦର୍ଶିନୀଙ୍କ କଟକ ଶିଶୁଭବନରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ହୋଇଛି । ସୂଚନା ମୁତାବକ, ୨୭ ତାରିଖ ରାତିରେ ଗାଁରେ ବରଯାତ୍ରୀ ଡିଜେ ନେଇ ଯାଉଥିଲେ । ଶ୍ରୀ ରଥଙ୍କ ଘର ନିକଟରେ ହଠାତ୍ ଡିଜେ ସାଉଣ୍ଡ ବାଜିଥିଲା । ସୋଇଥିବା ଅନନ୍ୟା ଏଭଳି ଉତ୍କଟ ସାଉଣ୍ଡ ଶୁଣି ଉଠିପଡିଥିଲା । ଦେଖୁ ଦେଖୁ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲା । ସଙ୍ଗେ ସଙ୍ଗେ ପରିବାର ଲୋକ ମେଡିକାଲରେ ଭର୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଅନନ୍ୟାଙ୍କର ମୃତୁ୍ୟ ହୋଇଛି ।
ଅନନ୍ୟା ମୃତ୍ୟୁ ଖବର ସିଆରିଆ ଗ୍ରାମରେ ପହଞ୍ଚିବା ପରେ ଆତ୍ମୀୟସ୍ୱଜନ, ବନ୍ଧୁ ପରିଜନ ଓ ସାହି ପଡ଼ାଶୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଡିଜେ ସାଉଣ୍ଡ ଯୋଗୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଯେପରି ଡିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ, ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।