ଡୁବିଲା ସେୟାର ବଜାର : ନିବେଶକ ହରାଇଲେ ୪ ଲକ୍ଷ କୋଟି

ଡୁବିଲା ସେୟାର ବଜାର : ନିବେଶକ ହରାଇଲେ ୪ ଲକ୍ଷ କୋଟି

ଡୁବିଲା ସେୟାର ବଜାର : ନିବେଶକ ହରାଇଲେ ୪ ଲକ୍ଷ କୋଟି
ମୁମ୍ବାଇ: ସୋମବାର ଭାରତୀୟ ସେୟାର ବଜାରରେ ଏକ ବଡ ବିପତ୍ତି ଦେଖିବାକୁ ମିଳିଛି । ଗୋଟିଏ ଦିନରେ ନିବେଶକ ପ୍ରାୟ ୪.୨୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସୋମବାରର ପ୍ରଥମ ଟ୍ରେଡିଂ ସେସନରେ ନିବେଶକଙ୍କୁ ଏହି କ୍ଷତି ସହିବାକୁ ପଡିଥିଲା । ସେନସେକ୍ସ ଏହି ସମୟରେ ୮୧୧ ପଏଣ୍ଟ ବା ୨.୦୯ ପ୍ରତିଶତ ତଳକୁ ଖସି ୩୮୦୩୪.୧୪ ପଏଣ୍ଟରେ ପହଞ୍ଚିଥିଲା । ତେବେ ନିଫଟି ଏହି ସମୟରେ ୧୧୨୫୦ ପଏଣ୍ଟରେ ରହିଥିଲା । ଦେଶରେ କରୋନା ପରବର୍ତ୍ତୀ ସ୍ଥିତ ଏବଂ ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ନିବେଶକଙ୍କୁ ଏଭଳି କ୍ଷତି ସହିବାକୁ ପଡିଥିବା କୁହାଯାଉଛି । ଆଗିର ଦିନରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଅଂଶଧନ ମୂଲ୍ୟରେ ସର୍ବାଧିକ ୮.୫ ପ୍ରତିଶତ ହ୍ରାସ ଘଟିଥିଲା ।