ଢେଙ୍କାନାଳରେ ଦନ୍ତା ଆକ୍ରମଣରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର
ଢେଙ୍କାନାଳରେ ଦନ୍ତା ଆକ୍ରମଣରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର
କାମାକ୍ଷାନଗର : ଦନ୍ତା ଆକ୍ରମଣରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର। ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ସେହି ସାହିର ରୁମା ବେହେରା ଓ ଗୁରୁତର ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ତାରା ବେହେରା।
ସୂଚନା ମୁତାବକ, ଚାନ୍ଦପୁର ଗାଁର ରୁମା ବେହେରା ଓ ତାରା ବେହେରା ଆଜି ସକାଳେ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ଭାବେ ଆହାତ ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା। ଗରୁତର ସ୍ତ୍ରୀ ତାରା ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି।




admin 