ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୧୩, ୬୧୧, ବଜେପିକୁ ୮୫୬୭

ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୧୩, ୬୧୧, ବଜେପିକୁ ୮୫୬୭

ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୧୩, ୬୧୧, ବଜେପିକୁ ୮୫୬୭

ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି  । ତୃତୀୟ ରାଉଣ୍ଡରେ ବିଜେଡ଼ି ୫୦୪୪ ଖଣ୍ଡ ଭୋଟରେ ଆଗୁଆ ରହିଛି।  ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରୁଦ୍ର ପ୍ରସାଦ ମହାରଥିଙ୍କୁ ୧୩, ୬୧୧ ଖଣ୍ଡ ଭୋଟ, ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୮୫୬୭ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୧୧୮୦ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଛି  । 

ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେଉଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି  । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି  ।