ଦଶହରା ପରେ ଲେଉଟିବ ଶୀତ

ଦଶହରା ପରେ ଲେଉଟିବ ଶୀତ

ଦଶହରା ପରେ ଲେଉଟିବ ଶୀତ
ଭୁବନେଶ୍ୱର: ଦଶହରା ପରେ ଓଡ଼ିଶାରେ ଶୀତ ପଡ଼ିବ । ରାତିରେ ସର୍ବନିମ୍ନ ତାପମାତ୍ର କମିବା ସହ ହାଲୁକା ଥଣ୍ଡା ଅନୁଭୂତ ହେବ । ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଆଗୁଆ ଥଣ୍ଡା ଅରାସିବ । ତେବେ ବର୍ତ୍ତମାନ ସମୟରେ ଥଣ୍ଡାର ପ୍ରକୋପ ସେତେ ଅଧିକ ହେବ ନାହିଁ । ରାତି୍ରର ତାପମାତ୍ରା ୨ ରୁ ୩ ଡିଗ୍ରି କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଓ ୨୫ ତାରିଖ ପରେ ସାରା ରାଜ୍ୟରେ ଉତ୍ତର ଭାରତରୁ ଶୁଷ୍କ ପବନ ଆସିବା ଆରମ୍ଭ କରିବ । ୨୭ ତାରିଖରେ ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା କମିବାକୁ ଥିବା ବେଳେ ଭୁବନେଶ୍ୱରରେ ୨୯ ତାରିଖଠାରୁ ତାପମାତ୍ରା କମିବ । ଅନୁମାନ କରାଯାଉଛି ଯେ ୨୭ ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ଯୋଗୁଁ ଥଣ୍ଡା ଅନୁଭୂତ ହୋଇପାରେ । ୨୬ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ତେବେ ଉପକୂଳ ଓଡ଼ିଶା ଛାଡ଼ିବାକୁ ଅକ୍ଟୋବର ମାସ ଶେଷ ହୋଇଯିବବ । ୨୯ କିମ୍ବା ୩୦ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।