ଦାଦାବଟି ନଦେବାରୁ ଗୁଳି କଲେ ଦୁର୍ବୃତ୍ତ
ଦାଦାବଟି ନଦେବାରୁ ଗୁଳି କଲେ ଦୁର୍ବୃତ୍ତ
ନୂଆପଡା : ଦିନକୁ ଦିନ ବିଗୁଡୁଛି ଆଇନ୍ ଶୃଙ୍ଖଳା । ବିଶୃଙ୍ଖଳିତ ହେଉଛି ପରିବେଶ । ସାମାନ୍ୟ କଥା ପାଇଁ ମଣିଷ ଏତେ ଉଗ୍ର ହୋଇଯାଉଛି ଯେ, ଘଟାଉଛି ଅମନେବୀୟ କାଣ୍ଡ । ଦାଦାବଟି ନଦେବାରୁ ଗୁଡିମାଡରେ ଜଣଙ୍କ ଜୀବନ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋମନା ଥାନା ଠୁଟିବର ଗାଁ’ରେ । ଦୁର୍ବୃତ୍ତ ଜଣଙ୍କ ଦାଦାବଟି ମାଗିଲା ବେଳେ ବ୍ୟକ୍ତିଜଣଙ୍କ ଦେଇନଥିଲେ । ଏହି କଥାରେ ରାଗିଯାଇ ଦୁର୍ବୃତ୍ତ ଗୁଳି ଚଳାଇବା ଆରମ୍ଭ କରିଥିଲା ।
ସ୍ୱାମୀଙ୍କୁ ଟାର୍ଗେଟ ବେଳେ ହଠାତ୍ ସ୍ତ୍ରୀ ସାମ୍ନାକୁ ଆସିଯିବାରୁ ସ୍ତ୍ରୀ’ଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ସ୍ତ୍ରୀ ଘଟଣାସ୍ଥଳରେ ଟଳି ପଡିଥିଲେ । ଗଳି ଚଳାଇଥିବେ ବ୍ୟକ୍ତି ସେହି ଠୁଟି ଗାଁ’ର । ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଏକ କାଣ୍ଡ ପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।




admin 