ଦାରିଦ୍ର୍ୟରେ ପରୀ ପରିବାର, ଗାଈ ବିକା ଟଙ୍କା ସରିଲା, ଅଟୋ ବିକିବେ

ଦାରିଦ୍ର୍ୟରେ ପରୀ ପରିବାର, ଗାଈ ବିକା ଟଙ୍କା ସରିଲା, ଅଟୋ ବିକିବେ

ଦାରିଦ୍ର୍ୟରେ ପରୀ ପରିବାର, ଗାଈ ବିକା ଟଙ୍କା ସରିଲା, ଅଟୋ ବିକିବେ
ନୟାଗଡ଼: କଥାରେ ଅଛି ଆଖି ଗଲା, କଉଡ଼ି ବି ଗଲା । ଏଭଳି କରୁଣା ଅବସ୍ଥାରେ ପଡ଼ିଛନ୍ତି ପରୀ ପରିବାର । ଲକ୍ଷ୍ମୀପ୍ରତିମା ପରି ଝିଅକୁ ହରାଇବା ପରେ ଅଶୋକ ସାହୁ ଓ ମାଆ ସୌଦାମିନୀ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ମଙ୍ଗଳବାର ପବିତ୍ର ପୋଢ଼ୂଅାଁଷ୍ଟମୀ (ପ୍ରଥମାଷ୍ଟମୀ) । ପ୍ରତିବର୍ଷ ଖୁବ ଜାକଜକମରେ ଗେହ୍ଲୀ ଝିଅ ପରୀର ପୋଢ଼ୁଅାଁଷ୍ଟମୀ କରି ଆସୁଥିଲେ । ଆଜି ଦିନରେ ତାର ଅନୁପସ୍ଥିତିକୁ ନେଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଦମ୍ପତି । ଲୁହର ଝରଣା ସତେ ଯେଭଳି ଆଖିରୁ ନୁହେଁ ଛାତି ଚିରି ରକ୍ତ ହୋଇ ବୋହୁଛି ଅଶୋକ ଓ ସୌଦାମିନୀଙ୍କଠାରୁ । ପରୀ ଥିଲା ସେମାନଙ୍କର ଏକୋଇର ବଳା ବିଶିକେଶନ । ହତ୍ୟାକାଣ୍ଡ ପରେ କେତେକ ଲୋକ ଅଶୋକଙ୍କୁ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିଲେ । ଏପରିକି ତାଙ୍କର ବଞ୍ଚିବା ପାଇଁ ଏକମାତ୍ର ସାଧନ ଥିବା ଅଟୋଟିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇ ଅଚଳ କରିଦେଲେ । ଗ୍ରାମବାସୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ବାଧ୍ୟ ହୋଇ ଦମ୍ପତି ଶ୍ୱଶୁର ଘର ଯୋଗିଆପଲ୍ଲୀକୁ ଚାଲି ଯାଇଛନ୍ତି । ଶ୍ୱଶୁରଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ । ଦହିବରା ଆଳୁଦମ ବିକି୍ର କରି ସେ ତାଙ୍କ ପରିବାରକୁ କୌଣସି ମତେ ଚଳାଇ ଆସୁଥିଲେ । ନାତୁଣୀ ପରୀର ମୃତୁ୍ୟ ପରେ ତାଙ୍କର ବେପାର ବନ୍ଦ ହୋଇଛି । ଏଭଳି ଆର୍ଥିକ ଦୁଃସ୍ଥିତି ସମୟରେ ଝିଅ ଜ୍ୱାଇଁ ତାଙ୍କ ଘରେ ଆଶ୍ରୟ ନେବାରୁ ଶ୍ୱଶୁରଙ୍କ ଉପରେ ଆର୍ଥିକ ବୋଝ ପଡୁଛି । ଗାଁ ଛାଡ଼ି ଶ୍ୱଶୁର ଘରକୁ ଯିବା ପୂର୍ବରୁ ଅଶୋକ ନିଜର ଦୁହାଁଳିଆ ଗାଈ ଏବଂ ବାଛୁରୀକୁ ବାଧ୍ୟ ହୋଇ ବିକି୍ର କରି ଦେଇଥିଲେ । ଗାଈ ବାଛୁରୀ ବିକି୍ର ଟଙ୍କାରେ ଶ୍ୱଶୁର ଘରେ କୌଣସି ମତେ ଚଳୁଥିଲେ । ଏହି ସ୍ୱଳ୍ପ ଟଙ୍କାରେ ଆଉ କେତେ ଦିନ ବା ସେମାନେ ଚଳିବେ । ଏଥିଯୋଗୁଁ ଏବେ ସେମାନଙ୍କ ଘୋର ଆର୍ଥିକ ଚିନ୍ତା ଘାରିଛି । ଘରେ ହାତବାନ୍ଧି ବସିଥିବା ବୟସ୍କ ଶ୍ୱଶୁରଙ୍କ ଉପରେ କେତେ ଦିନ ବୋଝ ହେବେ । ଏଥିରେ ମି୍ରୟମାଣ ହୋଇ ଏକମାତ୍ରା ସମ୍ବଳ ଭଙ୍ଗା ଅଟୋଟିକୁ ବିକି୍ର କରିବାକୁ ଅଶୋକ ମନସ୍ଥ କରିଛନ୍ତି ।