ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

 ନୂଆଦିଲ୍ଲୀ: ଓମିକ୍ରନ୍‌ ଭୟ ଦିନକୁ ଦିନ ବଢ଼ିବାରେ ଲାଗଛି। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ବର ଚିନ୍ତା ବଢ଼ାଇ ଦେଇଛି। ଏହି ଭାରିଆଣ୍ଟ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ନିକଟରେ ଜିମ୍ବାୱେରୁ ଫେରିଥିଲେ।  

 ଗତକାଲି କେବଳ ମହାରାଷ୍ଟ୍ରରେ ୭ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଗୁଜୁରାଟରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ସଂକ୍ରମଣ ମାମଲାକୁ ମିଶାଇ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୭ଟି ଓମିକ୍ରନ ମାମଲା ମଧ୍ୟରୁ ୩ଟି ମୁମ୍ବାଇରୁ ଚିହ୍ନଟ ହୋଇଥିବାବେଳେ ୪ଟି ପୁଣେରୁ ଚିହ୍ଟଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ କରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ୟ୍ୟନ୍ତ ୧୭ଟି ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ତେବେ ପୁଣେରୁ ଜଣେ ୩ ବର୍ଷୀୟ ଶିଶୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ କରୋନା ପ୍ରକୋପରୁ ଏପର୍ୟ୍ୟନ୍ତ ଶିଶୁମାନେ ରକ୍ଷା ପାଇ ଆସିଛନ୍ତି । କିନ୍ତୁ ଓମିକ୍ରନ ଶିଶୁମାନଙ୍କୁ କେତେ ଆକ୍ରାନ୍ତ କରିବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।