ଦିଲ୍ଲୀ ହିଂସା : ୨୨ ମାମଲା ରୁଜୁ

ଦିଲ୍ଲୀ ହିଂସା : ୨୨ ମାମଲା ରୁଜୁ

ଦିଲ୍ଲୀ ହିଂସା : ୨୨ ମାମଲା ରୁଜୁ
ନୂଆଦିଲ୍ଲୀ: ଗତକାଲି ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା । ଦିଲ୍ଲୀର ବିଭିନ୍ନ ଥାନାରେ ୨୨ ମାମଲା ରୁଜୁ ହୋଇଛି । ହିଂସାକାଣ୍ଡକୁ ନେଇ ପଞ୍ଜାବ ଓ ହରିଆଣାରେ ହାଇଆଲର୍ଟ ଜାରି କରାଯାଇଛି । ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହିଂସାକୁ ଦୃଷ୍ଟି ରଖି ଦିଲ୍ଲୀ ପୋଲିସ କଠୋର ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରାଯାଇଛି । ଜମା ମସ୍ଜିଦ ମେଟ୍ରୋ ଷ୍ଟେସନର ପ୍ରବେଶ ଗେଟକୁ ମଧ୍ୟ ବନ୍ଦ କରାଗଲା । ଦିଲ୍ଲୀ ଏନସିଆର ଓ ହରିଆଣାର ୩ଟି ଜିଲ୍ଲାରେ ଇଂଟରନେଟ ସେବା ବନ୍ଦ ରଖାଯାଇଛି । ପ୍ରକାଶ ଯେ, ଗତକାଲି ଦିଲ୍ଲୀରେ ଆଇନ ଭାଙ୍ଗିଲେ ଚାଷୀ । ଟ୍ରାକ୍ଟର ରାଲି କରୁଥିବା ଚାଷୀ ଦିଲ୍ଲୀର ଆଇନ ଥିଲେ । ଆନେ୍ଦାଳନ କରୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢିଲେ । ଶାନ୍ତିଶୃଙ୍ଖଳା ପାଇଁ ଚେଷ୍ଟା କରୁଥିବା ଦିଲ୍ଲୀ ପୋଲିସକୁ ଆକ୍ରମଣ କରାଯାଇଥିଲା । ଚାଷୀମାନେ ଲାଲକିଲ୍ଲାରେ ପଶି ବିରୋଧ ପ୍ରଦର୍ଶନ କରିଥିଲେ ।