ଦୁଇ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ, ଜାଣନ୍ତୁ କେଉଁ କାରଣ ପାଇଁ
ଦୁଇ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ, ଜାଣନ୍ତୁ କେଉଁ କାରଣ ପାଇଁ
ଭୁବନେଶ୍ୱର : ସହିଦନଗର ଅଞ୍ଚଳରେ ମହିଳା ଲୁଟେରା ମାତିଛନ୍ତି । ସେମିତି ଅଭିଯୋଗରେ ଦୁଇ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଶର୍ମିଳା ସାବର ଓରଫ ଚୁମକୀ (୨୨) ଓ ସଞ୍ଜବତୀ ସାବର ଓରଫ ମାମୁନି (୩୦) । ଏହି ଦୁଇ ଜଣ ସମନପର୍କୀୟ ଉଭଣୀ ବୋଲି ଜଣାପଡ଼ିଛି । ପୁଲିସ ସେମାନଙ୍କ ଠାରୁ ଗୋଟିଏ ଚୋରି ଲାପଟପ ଓ ମୋବାଇଲ ଫୋନ ଜବତ କରିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ପି.ହନୁମନ୍ତ ପ୍ରସାଦ ତାଙ୍କ ଅଫିସ ଖୋଲା ରଖି ପରିଶ୍ରାଗାରକୁ ଯାଇଥିଲେ । ସେହି ସମୟରେ ଚୁମକୀ ଅଫିସ ଭିତରେ ପଶିଥିଲା ଓ ମାମୁନି ବାହାରେ ଛକି ରହିଥିଲା । ଅଫିସ ଭିତରେ ଚାର୍ଜରେ ବସିଥିବା ଲେନେଭୋ ଲାପଟପ ଏବଂ ସ୍ମାର୍ଟ ଫୋନ ଧରି ଚୁମକୀ ବାହାରକୁ ଆସିବା ପରେ ସେଠାରେ ସେମାନେ ଚମ୍ପଟ ମାରିଥିଲେ । ପି.ହନୁମନ୍ତ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ସେମାନଙ୍କୁ ଠାବ କରିଥିଲା । ଏମାନେ ଭିକ ମାଗିବା ଆଳରେ ଘୁରି ବୁଲନ୍ତି ଓ କୌଣସି ଅଫିସ ବା ଘରେ କେହି ନଥିବା ସୁଯୋଗ ଦେଖି ଚୋରି କରନ୍ତି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି ।




admin 