ଦେଶରେ କରୋନା ନେଲା ୫୬୦ ଜଣଙ୍କ ଜୀବନ
ଦେଶରେ କରୋନା ନେଲା ୫୬୦ ଜଣଙ୍କ ଜୀବନ
ନୂଆଦିଲ୍ଲୀ:ଆଜି ଆମ ଦେଶରେ ଗୋଟିଏ ଦିନରେ ୩୮ ହଜାର ୦୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୫୬୦ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୧୩ ହଜାର ୯୧ କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୨୪ ହଜାର ୦୨୫ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୩ କୋଟି ୦୨ ଲକ୍ଷ ୨୭ ହଜାର ୭୯୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୩୯ କୋଟି ୯୬ ଲକ୍ଷ ୯୫ ହଜାର ୮୭୯ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।




admin 