ଦେଶରେ ୨୪ ଘଣ୍ଟାରେ ୮, ୪୮୮ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୮, ୪୮୮ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୮, ୪୮୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟାରେ ଦେଶରେ ୮ହଜାର ୪୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫୩୮ ଦିନପରେ ଏହା ସର୍ବନିମ୍ନ ସଂକ୍ରମଣ ରହିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରୁ ୨୪ଘଣ୍ଟାରେ ୫ହଜାର୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସିହିତ ଦେଶରେ ଆଜି ୨୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ମୃତକଙ୍କ ମଧ୍ୟରେ କେବଳ କେରଳରୁ ୪୦ଜଣ ରହିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷ ୧୦ହଜାର ୪୧୩କୁ ବୃଦ୍ଧି ପାଇଛି ଓ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୬୫ହଜାର ୯୧୧କୁ ଛୁଇଁଛି । ମୃତୁ୍ୟହାର ୧.୩୫ ପ୍ରତିଶତ ରହିଛି ।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩କୋଟି ୩୯ଲକ୍ଷ ୨୨ହଜାର ୩୭ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ସକ୍ରିୟ ମାମଲା ରହିଛି ୧ଲକ୍ଷ ୧୮ହଜାର ୪୪୩ ରହିଛି । ଏହା ସହିତ ସାପ୍ତାହିକ ପଜିଟିଭ୍ ହାର ୦.୯୪ପ୍ରତିଶତରୁ କମ୍ ରହିଛି । ସକ୍ରିୟ ମାମଲା ୦.୩୪ ରହିଛି ।