ନନ୍ଦନକାନନ ଜାଲ ଛିଣ୍ଡାଇ ବାଘ ଛୁ...

ନନ୍ଦନକାନନ ଜାଲ ଛିଣ୍ଡାଇ ବାଘ ଛୁ...

ନନ୍ଦନକାନନ ଜାଲ ଛିଣ୍ଡାଇ ବାଘ ଛୁ...


ଭୁବନେଶ୍ୱର: ନନ୍ଦନକାନନରେ ଖେଳିଗଲା ଆତଙ୍କ । ଜାଲ ଛିଣ୍ଡାଇ ଛୁ ମାରିଲା ବାଘ । ପର୍ଯ୍ୟଟକଙ୍କୁ ତୁରନ୍ତ ନନ୍ଦନକାନନ ବାହାରକୁ ଚାଲିଯିବା ପାଇଁ ମାଇକରେ ପ୍ରଚାର କରାଗଲା । ଏମିତି ଘଟଣା ଆଜି ନନ୍ଦନକାନନରେ ଭୟର ବାତାବରଣ ଖେଳାଇ ଦେଇଥିଲା । ନନ୍ଦନକାନନ ବାଘ ସଫାରୀରୁ ବାଘ  ଜାଲି ଛିଣ୍ଡାଇ ପଳାଇଯିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ।  ସଫାରୀରେ  ଥିବା ବାଘ ‘ସୂରଜ’କୁ ଖାଇବାକୁ ଦେଲା ବେଳେ ଖସିଯାଇଥିଲା ।  କିଛି ସମୟ ପର୍ଯ୍ୟନ୍ତ ବାଘକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖୋଜି ପାଇନଥିଲେ । ବାଘ ଖସି ଯାଇଥିବା ଖବର ପରେ ପର୍ଯ୍ୟଟକମାନଙ୍କୁ ବାହାର କରାଯାଇଥିଲା ।  ତେବେ ବହୁ ସମୟ ଖୋଜାଖୋଜି କରିବା ପରେ ସଫାରୀ ଭିତରେ ବାଘ ‘ସୂରଜ’ର ସନ୍ଧାନ ମିଳିଥିଲା ।  ଏବେ  ବାଘ ‘ସୂରଜ’ ସଫାରୀ ଭିତରେ ବିଚରଣ କରୁଥିବା ସୂଚନା ମିଳିଛି । ଏବେ ନନ୍ଦନକାନନ ପରିସ୍ଥିତି ସ୍ୱାଭାବିକ ଥିବା କର୍ତ୍ତୃପକ୍ଷ କହିଛନ୍ତି ।