ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ୟ୍ୟ ଗାଏବ

ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ୟ୍ୟ ଗାଏବ

ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ୟ୍ୟ ଗାଏବ
ପୁରୀ:ଗତକାଲି ଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଗତକାଲି ଅସାମାନ୍ୟ ପ୍ରସଙ୍ଗର ବିବାଦ କାରଣରୁ ଶ୍ରୀମନ୍ଦିର ନୀତିରେ ଗଣ୍ଠି ପଡ଼ିଥିବାବେଳେ ଆଜି ପୁଣି ଏକ ବିବାଦ ସୃଷ୍ଟି ହୋଇଛି । ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ୟ୍ୟ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ନେଇ ତାକୁ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ବରିଷ୍ଠ ସେବାୟତ ଜଣଙ୍କ ପରିଚାଳନା କମିଟିର ସଦସ୍ୟ ଥିବା ଜଣାଯାଇଛି । ଏହି ଘଟଣାକୁ ପୁଷ୍ପାଳକ ଓ ଗରାବଡ଼ୁ ନିଯୋଗ ସମ୍ପାଦକ ନିନ୍ଦା କରିଛନ୍ତି । ନାଗାର୍ଜୁନ ବେଶକୁ ସଂଗ୍ରାହଳାୟରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।