ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ
କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଥିବା ଜଣାଯାଇଛି । ପୁଲିସ ତାଙ୍କୁ ପଚରାଉଚୁରା କରୁଛି । ପ୍ରକାଶ ଯେ, ଗତକାଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସଓ ରାଜେଶ ସିଂହ ଗାଡ଼ିରେ ଯାଉଥିଲେ । କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ । ସେମାନେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ । ଫଳରେ ପିଏସଓ ରାଜେଶ ପ୍ରତିବାଦ କରିବାରୁ ତାଙ୍କୁ ତଂଟିଚିପିବା ସହ ମାଡ଼ ମାରିଥିଲେ । ଯୁବକମାନେ ଗାଡ଼ି ଉପରେ ଚଢ଼ି ହଙ୍ଗାମା ବି କରିଥିଲେ । ଖବର ପାଇଁ କଂଗ୍ରେସ କର୍ମୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଫଳରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଅପରପକ୍ଷରେ କେନ୍ଦୁଝର ଥାନାରେ ଏନେଇ ଏତଲା ଦିଆଯାଇଥିଲା ।