ନୂଆବୋହୂଙ୍କ ପାଇଁ ଲିପଷ୍ଟିକ୍
ନୂଆବୋହୂଙ୍କ ପାଇଁ ଲିପଷ୍ଟିକ୍
ଭୁବନେଶ୍ୱର: ବିବାହ ଋତୁ ଆରମ୍ଭ ହୋଇଗଲାଣି । ଘରେ ଘରେ ଚାଳିଛି ପ୍ରସ୍ତୁତି । ବିବାହର ମୁଖ୍ୟ ଆକର୍ଷଣ ବଧୂମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିବାରେ କୌଣସି କମି ରଖୁନାହାନ୍ତି । ତେବେ ଆଜିର ଯୁବପିଢ଼ି ଗାଢ଼ ରଙ୍ଗର ଲିପଷ୍ଟିକ ଲଗାଇବାକୁ ଏତେଟା ପସନ୍ଦ କରୁନାହାନ୍ତି । ଆକର୍ଷଣୀୟ ଦେଖାଯିବା ପାଇଁ ସେମାନେ ହାଲକା ରଙ୍ଗର ଲିପଷ୍ଟିକକୁ ପ୍ରାଧାନ୍ୟ ଦେଉଛନ୍ତି । ସୌନ୍ଦର୍ଯ୍ୟ ବିଶେଷଜ୍ଞ ନବବଧୂଙ୍କ ମନଲାଖି କେତୋଟି ଲିପଷ୍ଟିକ ରଙ୍ଗ ବିଷୟରେ ଜଣାଇଥିବା ତଥ୍ୟ ଆସନ୍ତୁ ଜାଣିବା...
ଈଷତ୍ କମଳା ରଙ୍ଗ: ନୂଆ ବୋହୂର ଲାଲ ରଙ୍ଗ ଶାଢ଼ି ହେଉ କିମ୍ବା ଲେହେଙ୍ଗା, ସେସବୁଥିରେ ଏଇ ଈଷତ୍ କମଳା ରଙ୍ଗ ଲିପଷ୍ଟିକ ଲଗାଇଲେ ଭଲ ଲାଗେ ।
ବାଦାମୀ ରଙ୍ଗ: ରଙ୍ଗ ସଫା ହୋଇଥିଲେ, ଏଇ ରଙ୍ଗ ଶିମର ଲିପଷ୍ଟିକ କିଣି ଲଗାଇପାରିବେ । କେତେ ପ୍ରକାର ନୁ୍ୟଡ଼ ରଙ୍ଗ ଲିପଷ୍ଟିକ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ନବବଧୂମାନେ ସେସବୁ ରଙ୍ଗ ଲିପଷ୍ଟିକ ନିଜ ପାଇଁ କିଣିପାରନ୍ତି ।
ହାଲକା ଲାଲି, ଗୋଲାପି ରଙ୍ଗ: ଫିକା ରଙ୍ଗ ଥିବା ନବବଧୂ ମେକଅପ ନେବାସହ ହାଲକା ଲାଲି ବା ଗୋଲାପି ରଙ୍ଗର ଲିପଷ୍ଟିକ ଲଗାଇଲେ ସୁନ୍ଦର ଲାଗିବେ ।




admin 