ନୱାବଙ୍କ ନାଁରେ ୧.୨୫ କୋଟିର ମାନହାନୀ ମକଦ୍ଦମା
ନୱାବଙ୍କ ନାଁରେ ୧.୨୫ କୋଟିର ମାନହାନୀ ମକଦ୍ଦମା
ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକଙ୍କ ନାଁରେ ମାନହାନୀ ମକଦ୍ଦମା ସମୀ ୱାଙ୍ଖେଡ଼ଙ୍କ ପିତା ଧ୍ୟାନେଦେବ ୱାଙ୍ଖଡେ। ନୱାବଙ୍କ ମନ୍ତବ୍ୟ ସମାଜରେ ତାଙ୍କ ସମ୍ମାନ, ପ୍ରତିଷ୍ଠା ଉପରେ ଗଭୀର ଆଞ୍ଚ ଆଣୁଥିବାରୁ ସେ ଏହି ମକଦ୍ଦମା ଫାଇଲ୍ କରିଥିବା କହିଛନ୍ତି।
ସମୀର ୱାଙ୍ଖଡେ ଏବେ ମୁମ୍ବାଇ ଏନସିବିର ଜୋନାଲ ହେଡ ଥିବା ବେଳେ ସେ ଆର୍ୟ୍ୟନ ଖାନ, ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନ ଓ ବଲିଉଡର ବହୁ ସେଲିବ୍ରିଟିଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିଲେ। ଏହି ମାମଲାକୁ ନେଇ ବିବାଦ ଦେଖାଦେବାରୁ ତାଙ୍କ ନିକଟରୁ ଆର୍ୟ୍ୟନ ଖାନ ସମେତ ୬ଟି କେସ୍ ପ୍ରତ୍ୟାହାର କରି ନିଆଯାଇଛି।
ଏନେଇ ଧ୍ୟାନଦେବଙ୍କ ଓକିଲ ଅର୍ସଦ ଶେଖ କହିଛନ୍ତି, ନୱାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ କହୁଛନ୍ତି। ଏପରିକି ସେ ହିନ୍ଦୁ ନୁହେଁ କହି ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି। ସବୁଦିନ ନୱାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଅପମାନିତ କରୁଥିବା ବେଳେ ଏଥିଯୋଗୁ କ୍ରିମିନାଲ ଓକିଲ ଥିବା ଧ୍ୟାନଦେବଙ୍କ ଝିଅଙ୍କ କ୍ୟାରିଅର ବର୍ବାଦ ହୋଇଗଲାଣି।
ମାନହାନୀ ମକଦ୍ଦମା ନେଇ ଓକିଲ ଅର୍ସଦ ଶେଖ କହିଛନ୍ତି, ନୱାବ ମଲିକ ପ୍ରତିଦିନ ୱାଙ୍ଖଡେଙ୍କ ପରିବାର ବିରୋଧରେ ନାନା ଘୃଣ୍ୟ ମନ୍ତବ୍ୟ ଦେଉଛନ୍ତି। ଏଥିଯୋଗୁ ସମାଜରେ ତାଙ୍କ ମାନ, ସମ୍ମାନ, ପ୍ରତିଷ୍ଠାରେ ଆଞ୍ଚ ଆସୁଛି।
ଏପରିକି ସୋସିଆଲ ମିଡିଆ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ମହଜୁଦ ଥିବା ନୱେେବଙ୍କ ବୟାନ ଓ ଇଣ୍ଟରଭିୟୁ ହଟାଇବାକୁ ସେ ଦାବି କରିଛନ୍ତି ।




admin 