ପିକ-ଅପ ଭ୍ୟାନ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଆଉ ତା’ପରେ ...

ପିକ-ଅପ ଭ୍ୟାନ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଆଉ ତା’ପରେ ...

ଭୁବନେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏକ ପିକ୍ ଅପ୍ ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା ।


ଯାହା ଫଳରେ ପିକ୍ ଅପ୍ ଡ୍ରାଇଭରଙ୍କ ସହ ଡାଲା ଗାଡ଼ି ପଛପଟେ ବସିଥିବା ମୋଟ ୯ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗୁରୁତରମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲିଚନ୍ଦ୍ରପୁର ଅଞ୍ଚଳରୁ ଶୁଖୁଆ ନେଇ ଗାଡ଼ିରେ ପାରାଦ୍ୱୀପ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।