ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ୬ଟି ଏଜେଣ୍ଡା ଉପରେ ଆଲୋଚନା ହେବ ।

ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଅବଧି, ଗ୍ରାମ ପଞ୍ଚାୟତର ପୁନଃଗଠନ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ସମୟ ଅବଧି, ନିର୍ବାଚନ ଖର୍ଚ୍ଚ ଓ ଯାନ ବାହାନ ଉପରେ ବିସ୍ତୃତ ଆଲୋଚନା ହେବ । ଏଥର ଡୁପ୍ଲିକେଟ ଭୋଟର ଆଇଡିକୁ ଧରିବା ପାଇଁ କ୍ରମିକ ନମ୍ବର ରହିବ ।ପୂର୍ବ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁ ଖର୍ଚ୍ଚ ଓ ସମୟ ଅବଧି ଥିଲା ତାହା ରଖାଯାଇଛି। ଜିଲ୍ଲା ପରିଷଦ ୨ ଲକ୍ଷ, ସମିତି ସଭ୍ୟ ୮୦ ହଜାର ଓ ସରପଞ୍ଚ ୮୦ ହଜାର ଟଙ୍କା ଖର୍ଚ୍ଚ କରିପାରିବାର ନିୟମ ରହିଥିଲା । ତେବେ ଏହି ଦିଗ ଉପରେ ବିଭିନ୍ନ ଦଳ ସେମାନଙ୍କର ପ୍ରସ୍ତାଵ ରଖିବେ । ସେପଟେ ଛୋଟ ଛୋଟ ରାଜନୈତିକ ଦଳମାନେ ୬ ମାସ ପୂର୍ବରୁ ସିମ୍ବଲ ଦିଆଯାଉ ବୋଲି ଦାବି ରଖିଛନ୍ତି।