ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ୍ ଆପ୍‌ର ନଜର

ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ୍ ଆପ୍‌ର ନଜର

ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ୍ ଆପ୍‌ର ନଜର

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍‌ ଆଦ୍‌ମି ପାର୍ଟିର ବିପୁଳ ବିଜୟ ପରେ ଦଳର ନେତାମାନେ ଉତ୍ସାହିତ ଅଛନ୍ତି। ଦିଲ୍ଲୀ ପରେ ଏହି ଦଳ ଆଉ ଏକ ରାଜ୍ୟ ଦଖଲ କରିଛି।  ଏକାକୀ ୯୨ଟି ଆସନ ଜିତିଥିବା ବେଳେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୮ଟି ସ୍ଥାନରେ ବାଜିମାତ କରିବାକୁ ସକ୍ଷମ ହୋଇଛି। ପଞ୍ଜାବରେ ଆପ୍ର ଏପରି ସଫଳତା ପରେ ସବୁଆଡେ କେଜ୍ରିୱାଲଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀ ଓ ପଞ୍ଜାବରେ ଆପ ସରକାର ଗଠନ କରିବାକୁ ସକ୍ଷମ ହେବା ପରେ ଏବେ ଆଉ ଦୁଇ ରାଜ୍ୟ ଉପରେ ଆଖି ପକାଇଛି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ଗୁଜରାଟ ଓ ହିମାଚଳ ପ୍ରଦେଶରେ ବି ଆପ୍ ଲଢ଼େଇ କରିବ। ଗୁଜରାଟ ପୌର ନିର୍ବାଚନରେ ଆପ୍କୁ ସଫଳତା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଆପ୍ ବିଧାନସଭାର ସବୁ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ଆପ୍ ତା’ର ରଣନୀତି ପ୍ରସ୍ତୁତ କରୁଥିବା ବରିଷ୍ଠ ନେତା ଅକ୍ଷୟ ମରାଠେ ସୂଚନା ଦେଇଛନ୍ତି।

ଦୀର୍ଘ ଦଶନ୍ଧି ହେଲାଣି ଦେଶରେ କେବଳ ୨ଟି ପାର୍ଟି(ବିଜେପି ଓ କଂଗ୍ରେସ) ମଧ୍ୟରୁ ଲୋକମାନେ ଜଣଙ୍କୁ ବାଛିବାକୁ ବାଧ୍ୟ ହେଉଛନ୍ତି। ଏହି ଦୁଇ ଦଳ ପର୍ୟ୍ୟାୟକ୍ରମେ କ୍ଷମତାକୁ ଆସୁଥିଲେ ମଧ୍ୟ ଲୋକଙ୍କ ପାଇଁ କିଛି କରୁନାହାନ୍ତି। ପ୍ରଥମଥର ପାଇଁ ଲୋକମାନେ ତୃତୀୟ ବିକଳ୍ପ ପାଇଛନ୍ତି ବୋଲି ଶ୍ରୀ ମରାଠେ କହିଛନ୍ତି। 

୨୦୧୭ରେ ଆପ୍ ପଞ୍ଜାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବଳ ୨୦ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ୨୦୨୨ରେ ଆପ୍ ସବୁ ଗଣିତକୁ ଓଲଟପାଲଟ କରି ୯୨ଟି ଆସନ ଦଖଲ କରିଛି।