ପରମବୀର ସିଂହଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ

ପରମବୀର ସିଂହଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ

ପରମବୀର ସିଂହଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ
ମୁମ୍ବାଇ,: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ନିରପେକ୍ଷ ସିବିଆଇ ତଦନ୍ତ କରିବାକୁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ। ବୁଧବାର ବିଚାରପତି ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ ସଞ୍ଜୟ କିଷନ୍ କୌଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପରମବୀର ସିଂଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି। ଏହାପରେ ପରମବୀର ସିଂ ସୁପ୍ରିମକୋର୍ଟରୁ ନିଜର ଆବେଦନ ଫେରାଇ ନେଇଛନ୍ତି ଓ କହିଛନ୍ତି ସେ ବମ୍ବେ ହାଇକୋର୍ଟ ଯିବେ। ପରମବୀର ସିଂ ଆବେଦନ ଜରିଆରେ କୋର୍ଟଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ତାଙ୍କର ବଦଳିକୁ ମନମାନୀ ଓ ବେଆଇନ ବୋଲି ଅଭିଯୋଗ କରି ଏହି ନିର୍ଦେଶକୁ ରଦ୍ଦ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ନେତୃତ୍ଵରେ ବିଜେପିର ଏକ ଟିମ ବୁଧବାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛି। ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଇବା ଦିଗରେ ପଦକ୍ଷେପ ନେବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ଉଲ୍ଲେଖନୀୟ ଯେ, ପରମବୀର ସିଂ ନିକଟରେ ଅଭିଯୋଗ କରିଥିଲେ, ଅନିଲ ଦେଶମୁଖ୍ୟ ନିଜର ବାସଭବନରେ ଫେବୃଆରୀ ୨୦୨୧ରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅଣଦେଖା କରି ସଚିନ ବାଜେ ଓ ସମାଜସେବା ଶାଖା, ମୁମ୍ବାଇର ଏସପି ସଞ୍ଜୟ ପାଟିଲଙ୍କ ସହିତ ଅନ୍ୟ ପୋଲିସଙ୍କ ସହ ପ୍ରତିମାସ ବୈଠକ କରୁଥିଲେ। ଏହି ବୈଠକରେ ତାଙ୍କୁ ପ୍ରତିମାସରେ ୧୦୦ କୋଟି ଟଙ୍କା ଆଦାୟ କରିବାର ଟାର୍ଗେଟ ଦେଇଥିଲେ। ପରମବୀର ନିକଟରେ ଏନେଇ ଏକ ଚିଠି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଥିଲେ।