ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ସାଂସଦ

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ସାଂସଦ

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ସାଂସଦ
ସୁନ୍ଦରଗଡ଼- ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁର ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।ମୋରିସ କୁଜୁର ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଭାଲୁମୁଣ୍ଡାରେ ୧୯୩୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମ ହୋଇଥିଲେ। ସେ ୧୯୮୪ ରୁ ୧୯୮୯ ଯାଏ ଲୋକସଭା ସାଂସଦ ଥିଲେ। ଏଥିସହ ୧୯୯୬ରୁ ୨୦୦୨ ଯାଏ ରାଜ୍ୟସଭା ସାଂସଦ ଏବଂ ୨୦୦୮ ରୁ ୧୧ ଯାଏ ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ। ସେ ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ୟ୍ୟ କରିଛନ୍ତି।