ପରିବେଶରେ ଜୀବଜନ୍ତୁଙ୍କ ପାଇଁ ଭଲ ସମୟ, ସୁରକ୍ଷିତ ଭାବେ ଅଣ୍ଡା ଦେଲେ ୭ ଲକ୍ଷ ଅଲିଭ୍‌ ରିଡ୍‌ଲେ

ପରିବେଶରେ ଜୀବଜନ୍ତୁଙ୍କ ପାଇଁ ଭଲ ସମୟ, ସୁରକ୍ଷିତ ଭାବେ ଅଣ୍ଡା ଦେଲେ ୭ ଲକ୍ଷ ଅଲିଭ୍‌ ରିଡ୍‌ଲେ

ପରିବେଶରେ ଜୀବଜନ୍ତୁଙ୍କ ପାଇଁ ଭଲ ସମୟ, ସୁରକ୍ଷିତ ଭାବେ ଅଣ୍ଡା ଦେଲେ ୭ ଲକ୍ଷ ଅଲିଭ୍‌ ରିଡ୍‌ଲେ
ସାରା ବିଶ୍ୱରେ ଏବେ କରୋନା ଭୂତାଣୁର ପ୍ରଭାବ ପଡ଼ିଛି। ବିଶେଷ କରି ମଣିଷଙ୍କ ଉପରେ ଏହାର ପ୍ରଭାବ ବହୁ ପରିମାଣରେ ପଡିଛି । ହେଲେ ବଡ କଥା ଜୀବଜନ୍ତୁଙ୍କ ଉପରେ ଭୂତାଣୁର କୋଣସି ପ୍ରଭାବ ପଡିନି । ଏଭଳି ସମୟ କଇଁଛଙ୍କ ପାଇଁ ବେଶି ଆଶୀର୍ବାଦ ସଦୃଶ ହୋଇଛି । ୭ଲକ୍ଷରୁ ଅଧିକ ଅଲିଭ୍‌ ରିଡ୍‌ଲେ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡା ଦେଇ ଫେରିଯାଇଛନ୍ତି । ଟ୍ରଲର୍‌ ମାଡ଼ରେ କଇଁଛଙ୍କ ମୃତ୍ୟୁ ହୋଇନି କି ଦୁର୍ବୃତ୍ତଙ୍କ ଦ୍ୱାରା ଅଣ୍ଡା ଫଟା ଯାଇନି । ଏହାକୁ ନେଇ ପରିବେଶବିତ୍‌ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶ୍ୱସ୍ତ ହୋଇଛନ୍ତି । ପରିବେଶ ପାଇଁ ଏହି ସମୟ ଅନୁକୂଳ ବୋଲି ମତପ୍ରକାଶ କରିଛନ୍ତି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ପ୍ରାୟ ୭ ଲକ୍ଷ ଅଲିଭ୍‌ ରିଡ୍‌ଲେ ସାମୂହିକ ଅଣ୍ଡାଦାନ କରିଛନ୍ତି । ଦେଶ ଓ ବିଦେଶର କୋଣ ଅନୁକୋଣରୁ ଆସିଥିବା କଇଁଛ ବିନା ବାଧାରେ ଓଡ଼ିଶା ଉପକୂଳରେ ଅଣ୍ଡା ଦେଇ ଫେରିଛନ୍ତି । କାରଣ ଲକ୍‌ଡାଉନ୍‌ ପାଇଁ ଏବେ ସାରା ଦେଶ ଠପ୍ ହୋଇଥିବାରୁ ସମୁଦ୍ର ବେଳାଭୂମି ତଥା ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ସ୍ଥାନରେ ଲୋକେ ପହଞ୍ଚିପାରୁ ନ ଥିବାରୁ କଇଁଚଙ୍କ ସାମୂହିକ ଅଣ୍ଡାଦାନ ବୃଦ୍ଧି ପାଇଥିବା ଜଣାପଡ଼ିଛି ।