ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ଓୱେସି

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ଓୱେସି

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ଓୱେସି
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ହାସଲ କରିବା ପରେ ଏଆଇଏମଆଇଏମ ମୁଖ୍ୟ ଅଶଦୁଦ୍ଧିନ ଓୱେସି ଉଲ୍ଲସିତ ହୋଇ ଉଠିଛନ୍ତି । ଏହି ହିସାବରେ ସେ ନିକଟ ଭବିଷ୍ୟତରେ ହେବାକୁ ଥିବା ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନିଜ ଦଳର ପ୍ରାର୍ଥୀ ଛିଡ଼ା କରାଇବେ ବୋଲି ଘୋଷଣା କରିଛନ୍ତି । ୨୦୨୧ ରେ ପଶ୍ଚିମବଙ୍ଗ ଓ ୨୦୨୨ ରେ ଉତ୍ତରପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ହେବ । ଏଥିରେ ତାଙ୍କ ଦଳ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ କିମ୍ବା କାହା ସହିତ ମେଣ୍ଟ କରିବ ତାହା ସେ ସ୍ପଷ୍ଟ କରି ନାହାନ୍ତି । ବିହାରରେ ସେ ୨୦ ପ୍ରାର୍ଥୀ ଦେଇଥିବା ବେଳେ ୫ ବିଜୟୀ ହୋଇଛନ୍ତି । ପୂର୍ବରୁ ଓୱେସିଙ୍କ ଦଳ ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ବେଳେ କେବଳ ମହାରାଷ୍ଟ୍ର ନିର୍ବାଚନରେ ସଫଳତା ହାସଲ କରିଛି ।