ପାଠକ ବାପ ପୁଅଙ୍କୁ ଜାମିନ

ପାଠକ ବାପ ପୁଅଙ୍କୁ ଜାମିନ

ପାଠକ ବାପ ପୁଅଙ୍କୁ ଜାମିନ
ଭୁବନେଶ୍ୱର: ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ ମିଳିଛି । ଅଭୟ ପାଠକ ଓ ଆକାଶ ପାଠକଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଖାରବେଳନଗର ଥାନାରେ ଦାଏର ମାମଲାରେ ଜାମିନ ମିଳିଥିବା ଜଣାପଡିଛି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ମିଳିଛି । କିଛି ଦିନ ତଳେ ଅର୍ଥାତ୍ ଫେବୃଆରୀ ୨୪ ତାରିଖରେ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ପାଠକ ବାପ ପୁଅଙ୍କୁ ଜାମିନ୍ ମିଳିଯାଇଛି।