ପିକେଟିଂ ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତା

ପିକେଟିଂ ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତା

ପିକେଟିଂ ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତା
ଭୁବନେଶ୍ୱର: ଆଜି ତୈଳ ଓ ଗ୍ୟାସ ଦର ବୃଦ୍ଧି ସମେତ ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ ହେଉଛି । ଏହି ବନ୍ଦ ପାଳନ ସକାଳ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଜାରି ରହିବ । ଏନେଇ ବିଭିନ୍ନ ସହରରେ କଂଗ୍ରେସ କର୍ମୀ ରାସ୍ତା ଓ ରେଳରୋକ କରିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀ ପିକେଟିଂ କରିଛନ୍ତି । ତେବେ ବନ୍ଦ ପାଳନ ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତା ହୋଇଛି । ଭୁବନେଶ୍ୱର ପିଏମଜିରେ ପୁଲିସ ସହ ଧସ୍ତାଧସ୍ତି ସହ ଠେଲାପେଲା ମଧ୍ୟ ହୋଇଛି । କଂଗ୍ରେସ ଭବନରୁ ରାଲିରେ ଆସିବା ବେଳେ ପୁଲିସ ପିଏମଜିରେ ଆନେ୍ଦାଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ଉଭୟଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । ଏହି ଅବସରରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିବା ଜଣାଯାଇଛି ।