ପିପିଲିରେ ବିଜେଡିର ବାଜିମାତ
ପିପିଲିରେ ବିଜେଡିର ବାଜିମାତ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି । ତେବେ ଜିତିବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆବଶ୍ୟକୀୟ ଭୋଟ ପାଇ ସାରିଛନ୍ତି ।
୨୩ ତମ ରାଉଣ୍ଡରେ ରୁଦ୍ରଙ୍କର ୮୯୨୧୧ ଖଣ୍ଡ ଭୋଟ ମିଳିଛି । ମୋଟ ଉପରେ ୧ ଲକ୍ଷ ୬୫ ହଜାର ୭୩ ଖଣ୍ଡ ଭୋଟ ଗଣା ସରିଛି । ଆଉ ୧୫ ହଜାର ଭୋଟ ଗଣା ହେବାର ଥିବାବେଳେ ରୁଦ୍ର ବିଜେପି ପ୍ରାର୍ଥୀଙ୍କ ଠାରୁ ୨୧ ହଜାର ଭୋଟରେ ଆଗୁଆ ଅଛନ୍ତି । ଫଳରେ ତାଙ୍କର ବିଜୟ ସୁନିଶ୍ଚିତ ହୋଇସାରିଛି ।
ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉକôଣ୍ଠା ଲାଗିରହିଛି ।




admin 