ପୁଅ ଆଗରେ ଭାସିଗଲା ମା’
ପୁଅ ଆଗରେ ଭାସିଗଲା ମା’
କଳାବାଡିଆ : ପ୍ରବଳ ବର୍ଷାରେ ହନ୍ତସନ୍ତ ହେଉଛି ଓଡିଶା । ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦରେ ଗେଟ୍ ପରେ ଗେଟ୍ । ଏଥିପାଇଁ ରାଜ୍ୟର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇ ଗାଁ’ ଭିତରକୁ ବନ୍ୟା ଜଳ ମାଡିଆସିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାରକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଶ୍ୟାମସୁନ୍ଦରପୁର ପଂଚାୟତ ତଳଜୁଆଳିକଟା ଗ୍ରାମର ଜଣେ ମହିଳା ନିଜ ପୁଅ ଆଖିଆଗରେ ବୁଢାବଳଙ୍ଗ ନଦୀସୁଅରେ ଭାସିଯାଇଛନ୍ତି । ଏଭଳି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଗ୍ରାମର ସୁର୍ଗତ ମଙ୍ଗଳ ସିଂଙ୍କ ନତ୍ନୀ ଯମୁନା (୪୦) ଓ ପୁଅ ଶିବା(୧୪) ପୂର୍ବାହ୍ନ ୧୦ଟାରେ ଗାଁ’ ପାଖ ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ ।
ତେବେ, ଲଗାଣ ବର୍ଷା ପାଇଁ ନଦୀରେ ଜଳସ୍ରୋତ ପ୍ରଖର ଥିଲାବେଳେ ଏଥିରେ ଭାସିଯାଇଥିଲେ ଯମୁନା । ମା’ ଭାସି ଯାଉଥିବା ଦେଖି ପୁଅ ଚିକôାର କରିଥିଲେ ବି ଭରାନଦୀରୁ ଯମୁନାଙ୍କୁ ଉଦ୍ଧାର କରିବାକୁ କେହି ସାହସ କରି ପାରିନଥିଲେ । ଖବର ପାଇ ପୁଲିସ ଓ ଦମକଳ ବାହନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି । ହେଲେ ଏଯାଏ ଯମୁନାଙ୍କ ସନ୍ଧାନ ମଳି ପାରିନାହିଁ । ଏପଟେ ପୁଅ ଶିବା ଆଖିରୁ ଲୁହ ଶୁଖୁନି । ମା’କୁ ଝୁରିଝୁରି ସେ ନଦୀକୂଳରେ ହିଁ ଜଗି ବସିଛି ।




admin 