ପୁଅ ଜିଦ କରିବାରୁ ୫୧ ହଜାର ଦେଲେ ବାପା
ପୁଅ ଜିଦ କରିବାରୁ ୫୧ ହଜାର ଦେଲେ ବାପା
admin
Apr 22, 2020 - 14:48
Updated: Apr 22, 2020 - 14:48
ଭୁବନେଶ୍ୱର: ପୁଅ ଜିଦ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୧ ହଜାର ଟଙ୍କା ଦେଇଛନ୍ତି ଜଣେ ବ୍ୟକ୍ତି । କଥାଟି ଅଡୁଆ ଲାଗିଲେ ବି ସତ । ଏମିତି ଏକ ଘଟଣା ଘଟିଛି ୟୁନିଟ-୪ ଶାସ୍ତ୍ରୀନଗର ଅଞ୍ଚଳରେ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧ ହଜାର ଟଙ୍କା ଦେଇଛନ୍ତି ଏହି ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଗୋଲେଖ ଚନ୍ଦ୍ର ବେହେରା । ବ୍ୟବସାୟୀ ଗୋଲେଖଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସ୍ଥିତ ଗୋପାଳଜିୟୁ ଗାଁରେ । ସେ ଭୁବନେଶ୍ୱର ଶାସ୍ତ୍ରୀନଗର ପ୍ଲଟ ନମ୍ବର ୧୩୮୬ /୨୬୨୮ ରେ ପରିବାର ସହ ରହୁଛନ୍ତି । କିଛି ଦିନ ତଳେ ସୋସିଆଲ ମିଡିଆରେ ତାଙ୍କ ଆଠ ବର୍ଷର ପୁଅ ଏକ ଭିଡିଓ ଦେଖିଥିଲେ । ନିଜ ସମ୍ବଳ ଅନୁସାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ କୁହାଯାଇଥିଲା । ଏହା ଦେଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟଙ୍କା ଦେବାକୁ ପୁଅ ଘରେ ଜିଦ ଧରିଥିଲା । ଟଙ୍କା ନ ଦେଲେ ଖାଇବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲା । ବାଧ୍ୟ ହୋଇ ଗୋଲେଖ ପୁଅକୁ ପ୍ରତିଶ୍ରୁତି ଦେଇଥିଲେ ଟଙ୍କା ଦେବେ ବୋଲି । ପୁଅ କଥା ମାନି ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।