ପୁଟିନଙ୍କ ସହିତ ୨୫ ମିନିଟ୍ କଥା ହେଲେ ମୋଦୀ

ପୁଟିନଙ୍କ ସହିତ ୨୫ ମିନିଟ୍ କଥା ହେଲେ ମୋଦୀ

ପୁଟିନଙ୍କ ସହିତ ୨୫ ମିନିଟ୍ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି । ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି ବିଭିନ୍ନ ଦେଶର ସହଯୋଗ ଲୋଡିଛନ୍ତି । ଏହାରି ଭିତରେ ଭାରତର ପଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଦୀର୍ଘ ୨୫ମିନିଟ୍ ଧରି ଏହି ବାର୍ତ୍ତାଳପ ହୋଇଥିଲା । 

ଏହି ସମୟରେ ପୁଟିନ୍ ମୋଦିଙ୍କୁ ୟୁକ୍ରେନ୍ ସଙ୍କଟର ବତ୍ତମାନ ସ୍ଥିତି ବିଷୟରେ ସୂଚନା ଦଇଛନ୍ତି । ତେବେ ନିଷ୍ଠା ଓ ସକରାତ୍ମକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିବ ବୋଲି ମୋଦି ପୁଟିନଙ୍କୁ କହିଛନ୍ତି । ହିଂସା ରାସ୍ତା ଛାଡିବାକୁ ବା ଯୁଦ୍ଧ ନ କରିବାକୁ ମୋଦି ତାଙ୍କୁ ଅପିଲ କରିଛନ୍ତି । ଏଥିସହ କୁଟନୈତିକ ରାସ୍ତା ନଆପଣାଇବାକୁ ମୋଦି ପୁଟିନଙ୍କୁ ପରାମର୍ଶ ।ଦଇଛନ୍ତି । ଏହି ସମୟରେ ମୋଦି ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ୟୁକ୍ରେନରେ ଫଶିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି । ତେବେ ଏହି ସଙ୍କଟ ସମୟରେ ଲଗାତାର ଭାରତ ଋଷିଆ ସମ୍ପର୍କରେ ରହିବ ବୋଲି ମୋଦି କହିଛନ୍ତି ।