ପୁଣି କରୋନାର ଆଉ ଏକ ପ୍ରଜାତି ‘କପ୍ପା’ ଚିହ୍ନଟ, ଜାଣନ୍ତୁ ଏହି ପ୍ରଜାତି କେତେ ଭୟଙ୍କର

ପୁଣି କରୋନାର ଆଉ ଏକ ପ୍ରଜାତି ‘କପ୍ପା’ ଚିହ୍ନଟ, ଜାଣନ୍ତୁ ଏହି ପ୍ରଜାତି କେତେ ଭୟଙ୍କର

ପୁଣି କରୋନାର ଆଉ ଏକ ପ୍ରଜାତି ‘କପ୍ପା’ ଚିହ୍ନଟ, ଜାଣନ୍ତୁ ଏହି ପ୍ରଜାତି କେତେ ଭୟଙ୍କର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ୨ଟି ଡେଲଟା ପ୍ଲସ ମାମଲା ଚିହ୍ନଟ ହେବାପରେ ଏବେ ପୁଣି କରୋନାର ଆଉ ଏକ ପ୍ରଜାତି ‘କପ୍ପା’ ଚିହ୍ନଟ ହୋଇଛି । ରାଜ୍ୟରେ ୨ଟି କପ୍ପା ପ୍ରଜାତି ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶର ସନ୍ଥ କବୀର ନଗରରେ ଜଣେ ୬୬ ବର୍ଷୀୟ ବ୍ୟକ୍ତି କପ୍ପା ପ୍ରଜାତିରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଜୁନ ୧୩ରେ ଉକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଏହାର ଜିନୋମ ସିକ୍ୱେନ୍ସ ପାଇଁ ସିଏସଆଇଆର ଇନଷ୍ଟିଚୁ୍ୟଟ ପଠାଯାଇଥିଲା । ଜଣାଯାଇଥିଲା ଯେ ସେ କପ୍ପା ପ୍ରଜାତିରେ ଆକ୍ରାନ୍ତ । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଥମେ ମେ’ ୨୭ରୁ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମେ ସେ ଏକ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଦ୍ଧାର ନଆସିବାରୁ ଜୁନ ୧୨ରେ ତାଙ୍କୁ ବିଆରଡି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜୁନ ୧୪ ତାରିଖରେ ତାଙ୍କର ମୃତୁ୍ୟ ହୋଇଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉତ୍ତରପ୍ରେ ଦେଶରେ ୨ଟି ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛି ।