ପୁଣି ମାତିଲେ ଏଟିଏମ ଲୁଟେରା : ୪୨ ଲକ୍ଷ ଟଙ୍କା ଲୁଟିଲେ

ପୁଣି ମାତିଲେ ଏଟିଏମ ଲୁଟେରା : ୪୨ ଲକ୍ଷ ଟଙ୍କା ଲୁଟିଲେ

ପୁଣି ମାତିଲେ ଏଟିଏମ ଲୁଟେରା : ୪୨ ଲକ୍ଷ ଟଙ୍କା ଲୁଟିଲେ
ଆଳି: ପୁଣି ମାତିଲେ ଏଟିଏମ ଲୁଟେରା । ଏଟିଏମ କାଟି ଲୁଟି ନେଇଛନ୍ତି ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୪୨ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳି ଅଞ୍ଚଳର ୨ଟି ଏଟିଏମ କାଟି ଲୁଟେରାମାନେ ଏହି ଲୁଟ କରିଛନ୍ତି । ୨ଟି ଏସବିଆଇ ଏଟିଏମରୁ ଲୁଟ ହୋଇଛି । ପତ୍ରପୁରରେ ଥିବା ଏଟିଏମରୁ ୧୯ ଲକ୍ଷ ୬୮ ହଜାରର ୫୦୦ ଟଙ୍କା ଲୁଟ ହୋଇଥିବାବେଳେ ନିଆଳହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ ହୋଇଛି । ୨ଟି ଏଟିଏମରୁ ମୋଟ ୪୨ ଲକ୍ଷ ୮୨ ହଜାର ୫୦୦ ଟଙ୍କା ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ କାଟି ଏଭଳି କାଣ୍ଡ ଭିଆଇଥିବା କେନ୍ଦ୍ରାପଡ଼ା ଚ୍ୟାନେଲ ମ୍ୟାନେଜର(ଏଟିଏମ) ବିପିନ ବେହେରା ସୂଚନା ଦେଇଛନ୍ତି ।