ପୁରୀରୁ ୨ ମହିଳା ଲୁଟେରା ଗିରଫ

ପୁରୀରୁ ୨ ମହିଳା ଲୁଟେରା ଗିରଫ

ପୁରୀରୁ ୨ ମହିଳା ଲୁଟେରା ଗିରଫ
ପୁରୀ: ଶ୍ରୀମନ୍ଦିର ଖୋଲିବା ପରେ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୁଲିସ । ଗିରଫ ଦୁଇ ଲୁଟେରା ହେଲେ ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ଅଧୀନ ନଈକୂଳ ସାହିର ଲକ୍ଷ୍ମୀ ସ୍ୱାଇଁ (୪୦) ଓ ପଶ୍ଚିମବଙ୍ଗ ଖଡଗପୁର ଟାଉନ୍‌ ଥାନା ଅଧୀନ ପଶ୍ଚିମ ମେଦିନାପୁରର ଲୀଳା ରାଓ (୩୦) । ପୁଲିସ ଉଭୟଙ୍କ ଠାରୁ ଏକ ସୁନା ଲକେଟ୍‌ ଜବତ କରିଛି । ବ୍ରହ୍ମଗିରିରର ବିଷ୍ଣୁପ୍ରିୟା ନାୟକ ନାମକ ଜଣେ ମହିଳା ତାଙ୍କ ପରିବାର ସହ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ । ମରିଚିକୋଟ ଛକ ଠାରେ ସେମାନେ ଟାଉନ୍‌ ବସ୍‌କୁ ଚଢୁଥିଲେ । ସେହି ସମୟରେ ୨ ଲୁଟେରା ବିଷ୍ଣୁପ୍ରିୟାଙ୍କୁ ପଛପଟୁ ଧକ୍କା ଦେଇ ହଠାତ୍‌ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ । ବିଷ୍ଣୁପ୍ରିୟା ଚିତ୍କାର କରିବାରୁ ପଛରେ ଥିବା ତାଙ୍କ ପରିବାର ଦୁଇ ଲୁଟେରାଙ୍କୁ କାବୁ କରିଥିଲେ । କିନ୍ତୁ ଏହାରି ଭିତରେ ପାଖରେ ଥିବା ଅନ୍ୟ ଜଣେ ଲୁଟରା ହାତକୁ ଚେନ୍‌ଟି ବଢାଇ ଦେଇଥିବାବେଳେ ଏମାନଙ୍କ ପାଖରେ କେବଳ ଲକେଟ୍‌ଟି ଥିଲା । ଅନ୍ୟ ଲୁଟେରା ଜଣକ ଚେନ୍‌ ନେଇ ଚମ୍ପଟ ମାରିଥିଲା । ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ।