ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ
ପଡ଼ିଆ: ମାଲକାନଗିିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ମୁକାନପାଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଅକାଳେ ପ୍ରାଣ ହରାଇଛନ୍ତି ଦୁଇ ନାବାଳିକା ଭଉଣୀ । ଏହି ଘଟଣା ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଉପରୋକ୍ତ ଗାଁରେ ଉପେଲ ଗଙ୍ଗାଙ୍କ ପତ୍ନୀ ସକାଳେ ଧାନ କାଟିବାକୁ ଘରୁ ବାହାରିଥିଲେ । ପ୍ରାୟ ୫ ଶହ ମିଟର ଦୂରରେ ଚାଷ ଜମି ରହିଥିବାରୁ ଦୁଇ ଝିଅ ୩ ବର୍ଷ ଓ ୬ ବର୍ଷକୁ ମଧ୍ୟ ସାଥୀରେ ଧରି ଯାଇଥିଲେ । ଉଭୟଙ୍କୁ ଜମି ହିଡ଼ରେ ବସାଇ ସେ ଧାନ କାଟିବା ଆରମ୍ଭ କରିଥିଲେ । ମା ବ୍ୟସ୍ତ ଥିବା ଦେଖି ଦୁଇ ଝିଅ ଖେଳାଖେଳି କରି ନିକଟରେ ଥିବା ପୋଖରୀ କୂଳକୁ ଚାଲିଯାଇଥିଲେ । ଦୁର୍ଭାଗ୍ୟ ବଶତଃ ନିୟନ୍ତ୍ରଣ ହରାଇ ପ୍ରଥମେ ସାନ ଝିଅ ପୋଖରୀ ଭିତରକୁ ଖସି ପଡ଼ିଥିଲା । ଛଟପଟ ହୋଇ କୂଳକୁ ଆସିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲା । ସାନ ଭଉଣୀ ଉବୁଟୁବୁ ହୋଉଥିବା ଦେଖ ତାକୁ ଉଦ୍ଧାର କରିବାକୁ ୬ ବର୍ଷର ବଡ଼ ଭଉଣୀ ମଧ୍ୟ ପୋଖରୀରେ ପଶି ଯାଇଥିଲା । ସେ ମଧ୍ୟ ଆଉ ପାଣିରୁ ବାହାରି ପାରିନଥିଲା । ଧାନ କଟା ସରିବା ପରେ ମା ଆସି ଖୋଜିବା ବେଳକୁ ଦୁଇ ଝିଅ ନଥିଲେ । ଆଖପାଖରେ ଖୋଜାଖୋଜି ପରେ ଉଭୟ ପୋଖରୀରେ ବୁଡ଼ି ଯାଇôବା ଜଣାପଡ଼ିଥିଲା । ଗାଁ ଲୋକ ପୋଖରୀରେ ପଶି ଉଭୟଙ୍କ ଶବ ଉଦ୍ଧାର କରି ଥିଲେ । ଏ ନେଇ ମୋଟୁ ଥାନାରେ ଦୁଇଟି ପୃଥକ ଅପମୃତୁ୍ୟ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।