ପୋଲିସ୍ ଗାଡିକୁ ଢେଲା ପଥର ମାରି ସରପଂଚ ଅଟକ
ପୋଲିସ୍ ଗାଡିକୁ ଢେଲା ପଥର ମାରି ସରପଂଚ ଅଟକ
ଭଦ୍ରକ: ପୁଲିସ ପାଟ୍ରୋଲିଂ ଗାଡିକୁ ଢେଲା ପଥର ମାରି ଥାନାରେ ସରପଂଚ ଓ ତାଙ୍କ ଦୁଇ ସହଯୋଗୀ ଅଟକ ଅଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ।
ସୂଚନା ଅନୁସାରେ ଗତକାଲି ରାତିରେ ନିର୍ଗୁଣ୍ଡି ପଂଚାୟତରେ ଗଣେଶ ଭସାଣୀ ଚାଲିଥିଲା । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିର୍ଗୁଣ୍ଡି ପଂଚାୟତ ସରପଂଚ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ ଗାଡି ଉପରକୁ ଟେକା ପଥର ମାଡ଼ କରିଥିଲେ । ଏହି ଘଟଣାରେ ଧାମନଗର ଥାନା ପୁଲିସ ନିର୍ଗୁଣ୍ଡି ସରପଂଚ ଓ ତାଙ୍କର୨ ସହହୋଗୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ସରପଂଚ ଓ ତାଙ୍କ ସହଯୋଗୀ କେଉଁ କାରଣ ପାଇଁ ପୁଲିସ ଗାଡିକୁ ଢେଲାପଥର ମାଡ କଲେ ତାହାର ଜଣାପଡିନାହିଁ । ଏନେଇ ସରପଂଚଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ ।




admin 