ପ୍ରକାଶ ପାଇଲା ଓସିଏସ୍‌ ମେନ୍‌ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓସିଏସ୍‌ ମେନ୍‌ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓସିଏସ୍‌ ମେନ୍‌ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା  ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୦ର ମେନ୍ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଲିଖିତ ପରୀକ୍ଷାରେ ମୋଟ ୭୮୫ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ , ଓସିଏସ-୨୦୨୦ର ମେନ୍ ଲିଖିତ ପରୀକ୍ଷା ଜାନୁୟାରୀ ୨୦ରୁ ଫେବୃୟାରୀ ୬ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମୋଟ ୭୮୫ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଥିବାବେଳେ ଏଥିରେ ୨୮୭ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପସର୍ନାଲିଟି ଟେଷ୍ଟ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧୯ତାରିଖରେ କଟକସ୍ଥିତ ଓଡ଼ିଶା ଲୋକସେବା ଆୟୋଗଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବ । ଏହାପରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ୨୦୨୦ ମସିହାରେ ୩୯୨ଟି ପ୍ରଶାସନିକ ସେବା ପଦବୀ ନିମନ୍ତେ ପ୍ରିଲିମିନାରୀ ପରୀକ୍ଷା ୨୦୨୧ ଅଗଷ୍ଟ ୨୭ତାରିଖରେ ହୋଇଥିଲା । ଚଳିତ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସୂଚନା ଦେଇଥିଲେ ।