ପ୍ରତିଷ୍ଠା ହେବ ୪ ନୂଆ ପ୍ଲାନେଟୋରିୟମ୍
ପ୍ରତିଷ୍ଠା ହେବ ୪ ନୂଆ ପ୍ଲାନେଟୋରିୟମ୍
admin
Aug 3, 2019 - 06:07
Updated: Aug 3, 2019 - 06:07
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ଚାରୋଟି ପ୍ଲାନୋଟେରିୟମ୍ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଏ ନେଇ ବିଜ୍ଞାନ ଓ କାରିଗର ମନ୍ତ୍ରୀ ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ।
ଆଜି ପ୍ରଶ୍ନ କାଳରେ ବିଜ୍ଞାନ ଓ କରିଗରୀ ମନ୍ତ୍ରୀଙ୍କ ବିଧାୟକ ସୁଧୀର ବିଶ୍ୱାଳଙ୍କ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ । ବିଧାୟକ ଶ୍ରୀ ବିଶ୍ୱାଳ ରାଜ୍ୟରେ କେତୋଟି ପ୍ଲାନେଟୋରିୟମ୍ ଅଛି ଓ ଆଗକୁ ପ୍ଲାନେଟେରିୟମ୍ ପ୍ରତିଷ୍ଠା ହେବା ନେଇ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ଦିନରେ ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନେଟେରିୟମ୍ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଗୋପାଳପୁର ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆଉ ତିନୋଟି ସ୍ଥାନ ପାଇଁ ୭ କୋଟି ଲେଖାଏଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ୪ଟି ପ୍ଲାନେଟୋରିୟମ୍ ନ କରି ପଶ୍ଚିମ ଓଡ଼ିଶା କ୍ଲଷ୍ଟର କରି ଗୋଟିଏ ଓ ପୂର୍ବାଞ୍ଚଳ କ୍ଲଷ୍ଟର କରି ଗୋଟିଏ ପ୍ଲାନେଟୋରିୟମ୍ କରିବାକୁ ବିଧାୟକ ସୁଧୀର ବିଶ୍ୱାଳ ପ୍ରସ୍ତାବ ଦେଇଥିଲେ ।
ଏହାରି ମଧ୍ୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସୁବ୍ରତ ତରାଇ ସମସ୍ତ ଜିଲ୍ଲାରେ ଭ୍ରାମ୍ୟମାଣ ପ୍ଲାନେଟୋରିୟମ୍ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗ୍ରହଣ କରିଥିଲେ । ମନ୍ତ୍ରୀ କହିଥିଲେ ଯେ ଦୁଇଟି ସ୍ଥାନରେ ଯଥା ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ କପିଳାଶ ବିଜ୍ଞାନ କେନ୍ଦ୍ର ରହିଛି । ତେବେ ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲାଯିବ । ପ୍ରାଥମିକ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି ।