ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ମାମଲା ଖାରଜ

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ମାମଲା ଖାରଜ

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ମାମଲା ଖାରଜ
ଭୁବନେଶ୍ୱର: ଲୋକାୟୁକ୍ତରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଥିବା ମାମଲାକୁ ଖାରଜ କରିଦିଆଯାଇଛି । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିପାରିବନି ବୋଲି ହାଇକୋର୍ଟ କହିଛନ୍ତି । ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଠାରେ ମାମଲା ହେବା ପରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ତେବେ ଲୋକାୟୁକ୍ତଙ୍କ ତଦନ୍ତ ନିଦେ୍ର୍ଧଶକୁ ପ୍ରଦୀପ ପାଣିଗ୍ରାହୀ ଚାଲେଞ୍ଜ କରିଥିଲେ । ଏନେଇ ପ୍ରଦୀପଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।