ପ୍ରେମିକାକୁ ମାରି ଫ୍ରିଜରେ ରଖି ଅନ୍ୟ ଝିଅକୁ ବାହାହେଲା ପ୍ରେମିକ

ପ୍ରେମିକାକୁ ମାରି ଫ୍ରିଜରେ ରଖି ଅନ୍ୟ ଝିଅକୁ ବାହାହେଲା ପ୍ରେମିକ

ପ୍ରେମିକାକୁ ମାରି ଫ୍ରିଜରେ ରଖି ଅନ୍ୟ ଝିଅକୁ ବାହାହେଲା ପ୍ରେମିକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁନରାବୃତି ହୋଇଛି ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏପରି ଏକ ଘଟଣା ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୨୪ ବର୍ଷିୟ ଜଣେ ବ୍ୟକ୍ତି ଲିଭ-ଇନ୍‌ ରେ ରହୁଥିବା ତାଙ୍କ ପାର୍ଟନରଙ୍କର ମୋବାଇଲ ଫୋନ କେବୁଲ ତାରରେ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତ ଶରୀରକୁ ଫ୍ରିଜରେ ପୁରାଇ ରଖିଥିଲ । ପଶ୍ଚିମ ଦିଲ୍ଲୀର ଏକ ଢ଼ାବାରେ ଥିବା ଫ୍ରିଜରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ନାରକୀୟ କାଣ୍ଡ ଭିଆଇବାର କିଛି ଘଣ୍ଟା ମଧ୍ୟରେ ହିଁ ଏହି ଯୁବକ ଜଣକ ଅନ୍ୟଜଣେ ଝିଅଙ୍କୁ ବିବାହ କରିଥିଲେ ।

ସୂଚନା ଅନୁସାରେ, କୋଭିଡ଼ କଟକଣା ପରେ ପରେ ହିଁ ନିକ୍କି ୟାଦବ(୨୪) ଓ ସାହିଲ ଗେହଲଟ (୨୪) ଏକାଠି ଲିଭ-ଇନରେ ଗୋଟିଏ ଭଡ଼ା ଘରେ ରହୁଥିଲେ । ଏହି ଭିତରେ ସାହିଲ ଅନ୍ୟଜଣେ ଝିଅକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏ ବିଷୟରେ ନିକ୍କିଙ୍କର କିଛି ଧାରଣା ନଥିଲା । ଯେତେବେଳେ ନିକ୍କିଙ୍କୁ ଏ ବିଷୟରେ ଜଣାପଡ଼ିଥିଲା ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ନିକ୍କିଙ୍କ ପରିବାର ଲୋକ କୌଣସି ପ୍ରକାରର କେସ ଥାନାରେ ଦେଇ ନାହାନ୍ତି । 

ପୋଲିସ ଡ଼ିପାର୍ଟଣ୍ଟେର ଜଣେ ଅଫିସରଙ୍କ ସୂଚନା ଅନୁସାରେ, ତାଙ୍କ ପରିବାର ଲୋକ ତାଙ୍କ ଝିଅ ସହ ସମ୍ପର୍କ କରିପାରୁନଥିବା କଥା ଜଣାଇଥିଲେ । ଏହାପରେ ଏହି ହତ୍ୟାକାଣ୍ଡ ବିଷୟରେ ପୋଲିସ ଖୋଳତାଡ଼ କରି ବାହାର କରିଥିଲା । ସାହିଲ ଗେହଲଟଙ୍କୁ ମଙ୍ଗଳବାର ଦିନ ସକାଳୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚର ସ୍ପେଶାଲ ଅଫିସର ରବିନ୍ଦ୍ର ୟାଦବ ଏ ବିଷୟରେ ସୂଚନା ଦେଇଛନ୍ତି ।