ବନ୍ଦନାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

ବନ୍ଦନାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

ବନ୍ଦନାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କ ସହ କଥା ହୋଇଛନ୍ତି ରାହୁଲ ଗାନ୍ଧୀ । ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କ ସହ ଫୋନରେ କଥା ହୋଇଛନ୍ତି ରାହୁଲ ଗାନ୍ଧୀ । ଏହି ଅବସରରେ ରାହୁଲ ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରିବାର ସହ କଂଗ୍ରେସ ରହିଥିବା କହିଛନ୍ତି । ଗତ ୧୪ ତାରିଖ ଦିନ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ପ୍ରକାଶ ଯେ, ପିପିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ବିୟୋଗ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ନିର୍ବାଚନ ପାଇଁ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ସମ୍ପୂର୍ଣ୍ଣ ନିର୍ବାଚନକୁ ସିଡୁ୍ୟଲ ଆଉଥରେ ପ୍ରକାଶ ପାଇବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ୭ ଦିନ ସମୟ ମିଳିବ । ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ, ସେ ଅନୁସାରେ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।