ବସ୍-ବାଇକ୍ ମୁହାଁମୁହିଁ ଧକ୍କା , ୨ ମୃତ
ବସ୍-ବାଇକ୍ ମୁହାଁମୁହିଁ ଧକ୍କା , ୨ ମୃତ
ପାଟଣାଗଡ଼ : ବସ୍-ବାଇକ୍ ମୁହାଁମୁହିଁ ଧକ୍କା। ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିଲେ। ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।
ସୂଚନାନୁଯାୟୀ, ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିଲେ। ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଖରିଆରରୁ ଭୁବନେଶ୍ଵର ଯାଉଥିବା ଜୟ ମାତା ଦି ଘରୋଇ ନାଇଟ କୋଚ୍ରେ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ହୋଇଛି। ବସ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି। ମୃତକ ଦୁଇ ଜଣ ହେଲେ ତୁଷୁରା ଥାନା ନୁଆଁପଡା ଗାଁର ଅସିତ ମେହେର ଏବଂ ମଳୟ ମନହିରା। ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ବସ୍କୁ ଥାନାକୁ ଆଣି ତଦନ୍ତ ଚଲାଇଛି ।




admin 