ବସ୍ ଭିତରେ ଯାଉଥିଲା ଗୋ ମାଂସ

ବସ୍ ଭିତରେ ଯାଉଥିଲା ଗୋ ମାଂସ

ବସ୍ ଭିତରେ ଯାଉଥିଲା ଗୋ ମାଂସ
ଯାଁଳା: ଯାଁଳା ଫାଣ୍ଡି ଅନ୍ତର୍ଗତ ଗଙ୍ଗପଡ଼ା ପୁରୁଣା ଟୋଲ ଗେଟ ନିକଟରେ ଏକ ବସ ଭତିତରୁ ୭ଟି ମାଂସ ଭର୍ତ୍ତି ଡ୍ରମ ଜବତ କରାଯାଇଛି । ଏହି ମାଂସର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଅଧିକ ହେବ । ବୁଧବାର ବିଳମ୍ବିତ ରାତିରେ କଟକରୁ ବଲାଙ୍ଗୀର ଯାଉଥିବା ଏକ ଘରୋଇ ବସ ‘ଲଳିତା’ରେ ଗୋ ମାଂସ ଯାଉଥିବା ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ସୂଚନା ମିଳିଥିଲା । ସେମାନେ ଭୁବନେଶ୍ୱରରୁ ବସକୁ ପିଛା କରି ଗଙ୍ଗପଡ଼ା ପୁରୁଣା ଟୋଲ ଗେଟ ନିକଟରେ ଧରିଥିଲେ । ବସକୁ ଅଟକାଇ ଯାଁଳା ଫାଣ୍ଡିକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ୭ ଡ୍ରମ ମାଂସ ଜବତ କରିଥିଲା । ତେବେ ସେଥିରେ ଛେଳି ମୁଣ୍ଡ, ଗୋଡ଼ ଓ ପୁଟା ସହ କିଛି ମାଂସ ଥିବା ଜଣାପଡ଼ିଛି । ଏହି ମାଂସ କାହାର ତାହା ଜଣାପଡ଼ିନାହିଁ ।