ବୋହୂର କଟୁରୀ ଚୋଟରେ ଶ୍ୱଶୁର ଗୁରୁତର
ଦଶରଥପୁର : ଶ୍ଵଶୁରକୁ କଟୁରୀରେ ହାଣିଲା ବୋହୂ। ଦଶରଥପୁର ଥାନା ଗୋପାଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଡ଼ ବୋହୂର କଟୁରୀ ଚୋଟରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ଏନେଇ ଦଶରଥପୁର ଥାନାରେ ସାନ ବୋହୂ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଗୋପାଳପୁର ଗ୍ରାମର ମିର ମୁସ୍ତାକ ବଡ ବୋହୂ ଅଫସାନା ବେଗମ ଏବଂ ସାନ ବୋହୂ କରିସ୍ମା ବେଗମଙ୍କ ମଧ୍ୟରେ ଲାଗିଥିବା ପାରିବାରିକ ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିଲେ। ଏତିକି ବେଳେ ବଡ ବୋହୂ ଅଚାନକ ଘର ଭିତରୁ ଗୋଟିଏ କଟୁରୀ ଆଣି ଶ୍ୱଶୁର ମିର ମୁସ୍ତାକଙ୍କୁ ହାଣିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଯାଇଥିଲା। ଅବସ୍ଥା ସଙ୍କାଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।




admin 