ବାଇ-ଲ ପ୍ରତ୍ୟାହାର ନେଇ ଏନଏମଏର ସଚିବଙ୍କୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି

ବାଇ-ଲ ପ୍ରତ୍ୟାହାର ନେଇ ଏନଏମଏର ସଚିବଙ୍କୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି

ବାଇ-ଲ ପ୍ରତ୍ୟାହାର ନେଇ ଏନଏମଏର ସଚିବଙ୍କୁ  ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି
ଭୁବନେଶ୍ୱର: ଜାତୀୟ ସ୍ମାରକ ଆୟୋଗ ପ୍ରସ୍ତୁତ ବାଇ-ଲ ପ୍ରସଙ୍ଗରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ପୁରୀ ପାଇଁ ବାଇ-ଲକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏବେ ଲିଙ୍ଗରାଜ ମନ୍ଦିରକୁ ନେଇ ପ୍ରସ୍ତୁତ ବାଇ-ଲ ପ୍ରତ୍ୟାହାର ଲାଗି ଦାବି କରାଯାଇଛି । ବାଇ-ଲ ପ୍ରତ୍ୟାହାର ଦାବି କରି ଏନଏମଏର ସଦସ୍ୟ ସଚିବଙ୍କୁ ଚିଠି କରାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏହି ଚିଠି ଲେଖିଛନ୍ତି । ଅନ୍ୟପକ୍ଷରେ ଜାତୀୟ ସ୍ମାରକ ଆୟୋଗ ପ୍ରସ୍ତୁତ ବାଇ-ଲ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିର ଆଗରେ ୪ ସେବାୟତ ନିଯୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବ୍ରାହ୍ମଣ, ବଡୁ, ସମର୍ଥା ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଲିଙ୍ଗରାଜ ମନ୍ଦିରକୁ ନେଇ ପ୍ରସ୍ତୁତ ବାଇ-ଲ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ବାଇ-ଲ ପ୍ରତ୍ୟାହାର କରାନଗଲେ ଆନେ୍ଦାଳନ କରାଯିବାକୁ ୪ ସେବାୟତ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି ।