ବାଙ୍କୀରୁ ଧରାପଡ଼ିଲା ନାବାଳିକା ଗଣଦୁଷ୍କର୍ମକାରୀ

ବାଙ୍କୀରୁ ଧରାପଡ଼ିଲା ନାବାଳିକା ଗଣଦୁଷ୍କର୍ମକାରୀ

ବାଙ୍କୀରୁ ଧରାପଡ଼ିଲା ନାବାଳିକା ଗଣଦୁଷ୍କର୍ମକାରୀ

ଭୁବନେଶ୍ୱର: ରାଜଧାନୀରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସଂଶ୍ଳିଷ୍ଟ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ବୁଲୁ ମଲ୍ଲିକ ବୋଲି ଜଣାପଡ଼ିଛି । କାହ୍ନାର ସହଯୋଗୀ ବୁଲୁ ଫେରାର୍ ଥିଲା । ଖବର ପାଇ ବାଙ୍କୀ ନିକଟରୁ ବୁଲୁକୁ ପୋଲିସ ଗିରଫ କରିଛି । ରାଜ୍ୟ ବାହାରକୁ ଖସି ପଳେଇବାକୁ ଉଦ୍ୟମ କରୁଥିବାବେଳେ ଧରା ପଡ଼ିଥିବା ଜଣାପଡିଛି ।


ସୂଚନା ଥାଉକି, ପଟିଆ ଷ୍ଟେସନ ଅଞ୍ଚଳର ୧୨ ବର୍ଷର ନାବାଳିକା ଘରକୁ ୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକା ବୁଲିବାକୁ ଆସିଥିଲେ । ସୋମବାର ସନ୍ଧ୍ୟାରେ ୨ ନାବାଳିକା ପଟିଆ ଷ୍ଟେସନକୁ ମାର୍କେଟିଂରେ ଯାଇଥିଲେ । ସେମାନଙ୍କୁ ଦେଖି ସେହି ଅଞ୍ଚଳରେ ଏକ ମାଛ ଦୋକାନରେ କାମ କରୁଥିବା କାହ୍ନା ଓ ବୁଲୁ ପ୍ରଥମେ ପାଖକୁ ଡ଼ାକିଥିଲେ । ଯେହେତୁ ୨ ନାବାଳିକା ଉଭୟଙ୍କୁ ପୂର୍ବରୁ ଚିହ୍ନିଛନ୍ତି, ତେଣୁ ନିଶଂକୋଚରେ ସେମାନେ ପାଖକୁ ଯାଇଥିଲେ । ଏହି ସମୟରେ କାହ୍ନା ଓ ବୁଲୁ ୨ ନାବାଳିକାଙ୍କୁ ଜୋରଜବରଦସ୍ତ ରେଲୱେ ଓଭରବ୍ରିଜ ଉପରକୁ ଟେକି ନେଇଥିଲେ । ସେଠାରେ ଉଭୟଙ୍କ ହାତଗୋଡ଼ ବାନ୍ଧି  ରାତିସାରା ଦୁଷ୍କର୍ମ କରିଥିଲେ ।  ପରେ ଭୋର ସମୟରେ ହାତଗୋଡ଼ ଖୋଲି ଧମକ ଦେଇ ଛାଡ଼ି ପଳାଇଥିଲେ ।