ବାଚସ୍ପତିଙ୍କ ଉପରକୁ ଚପଲ, ଇୟର ଫୋନ୍ ଓ କାଗଜ ଫୋପାଡିଲେ

ବାଚସ୍ପତିଙ୍କ ଉପରକୁ ଚପଲ, ଇୟର ଫୋନ୍ ଓ କାଗଜ ଫୋପାଡିଲେ

ବାଚସ୍ପତିଙ୍କ ଉପରକୁ ଚପଲ, ଇୟର ଫୋନ୍ ଓ କାଗଜ ଫୋପାଡିଲେ
ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳଳ ଓ ହୋହଲ୍ଲା ଜାରି ରଖିଥିବା ବେଳେ ଅପରପକ୍ଷରେ ବିଲ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏହାର ପ୍ରତିବାଦ କରି ବିଜେପି ବିଧାୟକ ପକ୍ଷରୁ ବାଚସ୍ପତିଙ୍କ ଉପରକୁ ଚପଲ , କଲମ, କାଗଜ ଓ ହେଡ ଫୋନ ମାର କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ତେବେ ବିଧାନସଭା ବାହାରେ ଏନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ବାଚସ୍ପତି ଗଣନ୍ତ୍ରଣ ପ୍ରଦଧି ଅନୁସାରେ କାର୍ଯ୍ୟ କରୁନାହାନ୍ତି, ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ବିଲ୍ ନେଇ ଆଲୋଚନା କରାଯାଇଥିଲା । ବିରୋଧୀଦଳ ନେତା କହିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନଥିଲା । ଏହାର ପ୍ରତିବାଦ କରି ବିଧାୟକମାନଙ୍କ ହାତରେ ଯାହା ଥିଲା ସେମାନେ ବାଚସ୍ପତିଙ୍କ ଉପରକୁ ଫିଙ୍ଗି ଥିଲେ । ସେ ମଧ୍ୟ ଏକ ହେଡ୍ ଫୋନ୍ ଫିଙ୍ଗି ଥିଲେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଜୟନାରାୟଣ ମିଶ୍ର ମଧ୍ୟ କହିଛନ୍ତି ଯେ, ବାଚସ୍ପତି ଠିକ ଭାବରେ ଗୃହ ପରିଚାଳନା କରୁ ନାହାନ୍ତ ଯେଉଁଥି ପାଇଁ ଆଜି ବିଜେପି ବିଧାୟକମାନେ ପ୍ରତିବାଦ କରିଥିଲେ ।